ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସାମ୍ବାଦିକ ଭବନ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଛି। ନିର୍ବାଚନକୁ ନେଇ ସାମ୍ବାଦିକମାନଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ୫୪ଜଣ ସଦସ୍ୟଙ୍କ ମଧ୍ୟରୁ ନିର୍ବାଚନରେ ମୋଟ ୪୯ ଜଣ ସଦସ୍ୟ ମତଦାନ କରିଥିବା ଜଣାପଡ଼ିଛି। ମତଦାନ ପ୍ରକ୍ରିୟା ଶେଷ ହେବା ପରେ ଏବେ ପ୍ରାର୍ଥୀ ଓ ସଦସ୍ୟମାନଙ୍କ ମଧ୍ୟରେ ଫଳାଫଳକୁ ନେଇ ଉତ୍ସୁକତା ବଢ଼ିଛି।ନିର୍ବାଚନ ଫଳାଫଳ ଆଜି ଅପରାହ୍ନ ୨ଟାରେ ପ୍ରକାଶ ପାଇବ। ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବାରୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି।ମତଗଣନା ପରେ କିଏ ସାମ୍ବାଦିକ ଭବନର ନୂତନ ନେତୃତ୍ୱ ନେବେ, ତାହା ଅପରାହ୍ନ ୨ଟା ପରେ ସ୍ପଷ୍ଟ ହେବ।

