ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସାମ୍ବାଦିକ ଭବନ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନେ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ, ସଭାପତି ଓ ସମ୍ପାଦକ ପଦ ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ। ସଭାପତି ପଦ ପାଇଁ ବୈଦ୍ୟ ଭୂଷଣ ମହାପାତ୍ର ଓ ରଜତ ପଟ୍ଟନାୟକଙ୍କ ମଧ୍ୟରେ ଲଢ଼େଇ ହେବ। ସେହିପରି ସମ୍ପାଦକ ପଦ ପାଇଁ ନିହାର ରଞ୍ଜନ ପଟ୍ଟନାୟକ ଓ ଅନୱାର ଅଲ୍ଲୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଉପସଭାପତି ପଦ ପାଇଁ ପ୍ରଶାନ୍ତ କୁମାର ଜେନା ଏକମାତ୍ର ପ୍ରାର୍ଥୀ ରହିଛନ୍ତି। ଯୁଗ୍ମ ସମ୍ପାଦକ ପଦ ପାଇଁ ସ୍ୱରୂପ ପଟ୍ଟନାୟକ ଓ ସନ୍ତୋଷ କୁମାର ନାୟକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। କୋଷାଧ୍ୟକ୍ଷ ପଦ ପାଇଁ ବିଶ୍ୱଜିତ୍ ନାୟକ ଏକମାତ୍ର ପ୍ରାର୍ଥୀ ଅଛନ୍ତି। କାର୍ଯ୍ୟକାରିଣୀ ସଦସ୍ୟ ପଦ ପାଇଁ ଅଶୋକ କୁମାର ସାଥୁଆ, ବାସୁଦେବ ମହାନ୍ତି, ମହେଶ ମିଶ୍ର, ରସାନନ୍ଦ ସ୍ୱାଇଁ, ଦିନମଣୀ ମହାନ୍ତି, କୈଳାଶ ଚନ୍ଦ୍ର ସିଅ, ରବୀନ୍ଦ୍ର ଦାଶ ଓ ଗଗନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ୨୦ ସେପ୍ଟେମ୍ବର ୨୦୨୬ ତାରିଖରେ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ଏହାପରେ ଦିନ ୧ଟା ୩୦ ମିନିଟ୍ରେ ଭୋଟ ଗଣତି ଆରମ୍ଭ ହେବ ଏବଂ ଦିନ ୨ଟାରେ ଫଳାଫଳ ଘୋଷଣା କରାଯିବ। ପ୍ରାର୍ଥୀମାନଙ୍କ ଉପସ୍ଥିତିରେ ଭୋଟ ଗଣତି କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ନିର୍ବାଚନକୁ ନେଇ ନୟାଗଡ଼ର ସାମ୍ବାଦିକ ମହଲରେ ଉତ୍ସାହ ପ୍ରକାଶ ପାଇଛି। ଆଗାମୀ ଦିନରେ ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ଜୋରଦାର କରିବା ସହ ମତଦାତାଙ୍କ ସମର୍ଥନ ହାସଲ ପାଇଁ ସକ୍ରିୟ ହେବେ ବୋଲି ଆଶା କରାଯାଉଛି। ନିର୍ବାଚନ ପରିଚାଳନା ପାଇଁ ଏକ ୪ଜଣିଆ କମିଟି ଗଠନ କରାଯାଇଛି। ନିର୍ବାଚନକୁ କ୍ଷିରୋଦ ଚନ୍ଦ୍ର ପଟ୍ଟନାୟକ, ଧିରେନ୍ଦ୍ର ପଟ୍ଟନାୟକ, ଜନ୍ମଜେୟ ମହାନ୍ତି ଓ ଗୌରିଶଙ୍କର ଦାସ ସୂଚାରୁ ରୂପେ ପାଳନ କରି ଆସୁଥିବା ବେଳେ ସେପ୍ଟେମ୍ବର ୨୦ତାରିଖ ନିର୍ବାଚନ ତାରିଖକୁ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ କରିବାକୁ ସମସ୍ତ ସାମ୍ୱାଦିକ ବନ୍ଧୁ ମାନଙ୍କୁ ଅନୁରୋଧ କରାଯାଇଛି।

