Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଘୁମୁସର ଦିବସ:ଗୁଞ୍ଜରିତ ହେଲା ‘ଆମେ ଘୁମୁସରିଆ ଭାରି ବଢ଼ିଆ’

Published September 13, 2026 ଜିଲ୍ଲା ଖବର
SHARE

ଭଞ୍ଜନଗର, (ଓଡ଼ିଶା ଲେଖା): ଘୁମୁସରର ଗୌରବମୟ ଇତିହାସ ଓ ଓଡ଼ିଆ ଭାଷା ପ୍ରତି ଏହାର ଅବଦାନକୁ ସ୍ମରଣ କରି ଘୁମୁସର ଦିବସ ପାଳନ ଅବସରରେ ଗୁଞ୍ଜରିତ ହୋଇଥିଲା— “ଆମେ ଘୁମୁସରିଆ ଭାରି ବଢ଼ିଆ”। ୧୮୭୦ ମସିହା ସେପ୍ଟେମ୍ବର ୧୧ ତାରିଖରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକତ୍ରିତ କରିବା ସହ ଓଡ଼ିଆ ଭାଷାକୁ ରାଜଭାଷାର ମାନ୍ୟତା ଦେବା ଦାବିରେ ଏକ ଐତିହାସିକ ଆନ୍ଦୋଳନର ସ୍ୱର ଉଠିଥିଲା। ସେତେବେଳର ଘଡ଼ିସନ୍ଧି ମୁହୂର୍ତ୍ତରେ ଘୁମୁସର କାନକୁଟୁରର ଜନାର୍ଦ୍ଦନ ଦାସଙ୍କ ଆବାହକତ୍ୱରେ ରସୁଲକୋଣ୍ଡାର ଦୀନବନ୍ଧୁ ପଟ୍ଟନାୟକ, କାଟିଗାଁର ରାଜା ଭେଙ୍କଟେଶ ଦେଓ ଏବଂ ଅନ୍ୟାନ୍ୟ ଜମିଦାର ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗରେ ରସୁଲକୋଣ୍ଡା, ବର୍ତ୍ତମାନର ଭଞ୍ଜନଗର ମେନ୍ ରୋଡ଼ସ୍ଥିତ ଠାକୁରାଣୀ ପଡ଼ିଆରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଓଡ଼ିଆ ଭାଷାର ସ୍ୱାଭିମାନ ଓ ଅଧିକାର ପାଇଁ ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଉଦ୍ଦାମ ସ୍ୱର ଉତ୍ତୋଳନ କରାଯାଇଥିଲା। ସେହି ଐତିହାସିକ ସ୍ମୃତିକୁ ଜାଗ୍ରତ ଓ ଜୀବନ୍ତ ରଖିବା ନିମନ୍ତେ ପ୍ରତିବର୍ଷ ସେପ୍ଟେମ୍ବର ୧୧ ତାରିଖକୁ ଗଞ୍ଜାମ ସମେତ ସାରା ଓଡ଼ିଶାରେ ‘ଘୁମୁସର ଦିବସ’ ଭାବେ ପାଳନ କରାଯାଇଆସୁଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ସହରର ଅଗ୍ରଣୀ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଘୁମୁସର ଦିବସ ପାଳନ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ଘୁମୁସର ଦିବସର ଇତିହାସ, ଏହାର ମହତ୍ତ୍ୱ ଏବଂ ଦିବସ ପାଳନର ମୂଳ ଲକ୍ଷ୍ୟ ସମ୍ପର୍କରେ ସବିଶେଷ ଆଲୋକପାତ କରିଥିଲେ। ଏହି ଅବସରରେ ଘୁମୁସର ଦିବସକୁ ସରକାରୀ ମାନ୍ୟତା ପ୍ରଦାନ ଦାବିରେ ଏକ ହସ୍ତାକ୍ଷର ଅଭିଯାନ ଚାଲିଥିଲା। ଏଥିସହ ଚକରା ବିଷୋୟୀ ଛକଠାରେ ଜନସାଧାରଣଙ୍କୁ ବିସ୍କୁଟ ପ୍ୟାକେଟ ବଣ୍ଟନ କରାଯାଇଥିଲା। ସେହିପରି ଘୁମୁସର ବିକାଶ ପରିଷଦ, ବରିଷ୍ଠ ନାଗରିକ ମଞ୍ଚ ସମେତ ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଉତ୍ସାହ ଓ ଉଦ୍ଦୀପନାର ସହିତ ଘୁମୁସର ଦିବସ ପାଳନ କରାଯାଇଥିଲା। ଦିନଭରି ବିଭିନ୍ନ କାର୍ଯ୍ୟକ୍ରମରେ ଘୁମୁସରର ଗୌରବମୟ ଐତିହ୍ୟକୁ ସ୍ମରଣ କରାଯିବା ସହ “ଆମେ ଘୁମୁସରିଆ ଭାରି ବଢ଼ିଆ” ସ୍ଲୋଗାନରେ ପରିବେଶ ମୁଖରିତ ହୋଇଉଠିଥିଲା।

ରିପୋର୍ଟ: ରବି ନାରାୟଣ ଦାଶ

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 13, 2026 September 13, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ ପୌରାଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ:୪୫ କିଲୋ ବାସି ଖାଦ୍ୟ ନଷ୍ଟ, ୨୫୦୦ ଟଙ୍କା ଜରିମାନା ଆଦାୟ
ଜିଲ୍ଲା ଖବର
ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ
ଜିଲ୍ଲା ଖବର
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବର

ନୟାଗଡ଼ ପୌରାଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ:୪୫ କିଲୋ ବାସି ଖାଦ୍ୟ ନଷ୍ଟ, ୨୫୦୦ ଟଙ୍କା ଜରିମାନା ଆଦାୟ

Odisha Lekha October 15, 2026
ଜିଲ୍ଲା ଖବର

ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ

Odisha Lekha October 15, 2026
ଜିଲ୍ଲା ଖବର

ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ

Odisha Lekha October 15, 2026
ଜିଲ୍ଲା ଖବର

ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍

Odisha Lekha October 14, 2026
ଜିଲ୍ଲା ଖବର

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଉଠାଣକୁ ନେଇ ବିବାଦ:୧୩ ଲକ୍ଷ ୩୦ ହଜାର ବଦଳରେ ପାସ୍‌ବୁକ୍‌ରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଉଲ୍ଲେଖ ଅଭିଯୋଗ; ୯ ହଜାର ଟଙ୍କାକୁ ନେଇ ଉଠିଲା ପ୍ରଶ୍ନ

Odisha Lekha October 14, 2026
ଜିଲ୍ଲା ଖବର

ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଶାଖାର ପୁନର୍ଗଠନ :ସଭାପତି ଭାବେ ଚିତ୍ତରଞ୍ଜନ, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ଓ ସଂପାଦକ ବୈଦ୍ୟ ଭୂଷଣ ମନୋନୀତ

Odisha Lekha October 12, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?