Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି: ‘ଦାସିଆ ଅଜା ଅମର ରହେ’ ଓ ‘ଦାସିଆ ଅଜା ଆମ ପ୍ରଣାମ ଘେନ’

Published September 12, 2026 ଜିଲ୍ଲା ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଓଡ଼ିଶାର ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ସ୍ୱର୍ଗତ ଦାଶରଥି ପଟ୍ଟନାୟକ, ଓରଫ ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଦାସିଆ ଅଜା ସ୍ମୃତି କମିଟି ପକ୍ଷରୁ ନୟାଗଡ଼ କଚେରୀ ବଜାରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ‘ଦାସିଆ ଅଜା ଅମର ରହେ’ ଓ ‘ଦାସିଆ ଅଜା ଆମ ପ୍ରଣାମ ଘେନ’ ଆଦି ସ୍ଲୋଗାନରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ସ୍ମୃତି କମିଟିର ଅଧ୍ୟକ୍ଷ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁମିତ୍ରା ଭୂୟାଁ, ବିଶ୍ୱନାଥ ମହାପାତ୍ର, ସମାଜସେବୀ ଅରୁଣ କୁମାର ମହାନ୍ତି, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ପ୍ରକୃତି ବନ୍ଧୁ ଅନାଦି ମହାନ୍ତି, ଅଧ୍ୟାପକ ହରେକୃଷ୍ଣ ସାହୁ, ଶେଖ ଅବଦୁଲ ଆହାଦ ଓ ଲକ୍ଷ୍ମୀଧର ସାହୁଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସ୍କାଉଟ୍‌ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସ୍ମୃତି କମିଟିର ସମ୍ପାଦକ ଶ୍ରୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ଦାସିଆ ଅଜା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ଉଦୟପୁରଠାରେ ୧୯୫୯ ମସିହାରେ ବାଞ୍ଛାନିଧି ପାଠାଗାର, ୧୯୭୩ ମସିହାରେ ଶ୍ରୀଅରବିନ୍ଦ ସଂଗ୍ରହାଳୟ ଏବଂ ୧୯୭୫ ମସିହାରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ। ପାଠାଗାର, ସାହିତ୍ୟ ଓ ସଂଗ୍ରହ କ୍ଷେତ୍ରରେ ତାଙ୍କର ଅବଦାନ ତାଙ୍କୁ ଓଡ଼ିଶାବାସୀଙ୍କ ହୃଦୟରେ ଚିରସ୍ମରଣୀୟ କରିରଖିଛି। ସେ ୧୯୯୭ ମସିହା ସେପ୍ଟେମ୍ବର ୧୨ ତାରିଖରେ ନିଜ ଗ୍ରାମରେ ଇହଲୀଳା ସମ୍ବରଣ କରିଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 12, 2026 September 12, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ ପୌରାଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ:୪୫ କିଲୋ ବାସି ଖାଦ୍ୟ ନଷ୍ଟ, ୨୫୦୦ ଟଙ୍କା ଜରିମାନା ଆଦାୟ
ଜିଲ୍ଲା ଖବର
ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ
ଜିଲ୍ଲା ଖବର
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବର

ନୟାଗଡ଼ ପୌରାଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ:୪୫ କିଲୋ ବାସି ଖାଦ୍ୟ ନଷ୍ଟ, ୨୫୦୦ ଟଙ୍କା ଜରିମାନା ଆଦାୟ

Odisha Lekha October 15, 2026
ଜିଲ୍ଲା ଖବର

ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ

Odisha Lekha October 15, 2026
ଜିଲ୍ଲା ଖବର

ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ

Odisha Lekha October 15, 2026
ଜିଲ୍ଲା ଖବର

ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍

Odisha Lekha October 14, 2026
ଜିଲ୍ଲା ଖବର

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଉଠାଣକୁ ନେଇ ବିବାଦ:୧୩ ଲକ୍ଷ ୩୦ ହଜାର ବଦଳରେ ପାସ୍‌ବୁକ୍‌ରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଉଲ୍ଲେଖ ଅଭିଯୋଗ; ୯ ହଜାର ଟଙ୍କାକୁ ନେଇ ଉଠିଲା ପ୍ରଶ୍ନ

Odisha Lekha October 14, 2026
ଜିଲ୍ଲା ଖବର

ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଶାଖାର ପୁନର୍ଗଠନ :ସଭାପତି ଭାବେ ଚିତ୍ତରଞ୍ଜନ, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ଓ ସଂପାଦକ ବୈଦ୍ୟ ଭୂଷଣ ମନୋନୀତ

Odisha Lekha October 12, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?