ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ନିର୍ବାଚନମଣ୍ଡଳୀରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାରେ ସୁଧାର ଓ ଭୋଲ୍ଟେଜ୍ ସମସ୍ୟାର ସମାଧାନ ପାଇଁ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ପଦକ୍ଷେପ ନେଇଛନ୍ତି। ଏନେଇ ସେ ଟିପିସିଓଡିଏଲ୍ର ନୟାଗଡ଼ ସେକ୍ସନ୍ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପତ୍ର ଲେଖି BGJY-2026-27 ଯୋଜନାରେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗାଁକୁ ଟ୍ରାନ୍ସଫର୍ମର କ୍ଷମତା ବୃଦ୍ଧି/ଭୋଲ୍ଟେଜ୍ ଉନ୍ନତି କାର୍ଯ୍ୟରେ ସାମିଲ କରିବାକୁ ଅନୁରୋଧ କରିଛନ୍ତି। ବିଧାୟକଙ୍କ ଚିଠିରେ ନୟାଗଡ଼ ବ୍ଲକର ୯ଟି ଗାଁକୁ ଏହି ତାଲିକାରେ ସାମିଲ କରାଯାଇଛି। ସେଗୁଡ଼ିକ ହେଲା.. ଇଟାମାଟି ପଞ୍ଚାୟତର ଡେଙ୍ଗେରାଗୋଡ଼ି, ବାଉଁଶିଆପଡ଼ା ପଞ୍ଚାୟତର ବଳରାମପୁର, ସରଣକୁଳ ପଞ୍ଚାୟତର ପୁରୁଣା ବିଜିପୁର, ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ମହେନ୍ଦ୍ରପୁର, ଲେଙ୍କୁଡ଼ିପଡ଼ା ପଞ୍ଚାୟତର ବାଲାଗୁହାସାହି/ଲେଙ୍କୁଡ଼ିପଡ଼ା, ମାଛିପଡ଼ା ପଞ୍ଚାୟତର କୁମ୍ବାରିଆ, ଚଣ୍ଡିବସ୍ତ୍ ପଞ୍ଚାୟତର ଗଡ଼ିଆସାହି, ମୁଥାଗାଡିଆ ପଞ୍ଚାୟତର ସଡ଼କସାହି/ମୁଥାଗାଡ଼ିଆ, ଏବଂ ନବଘନପୁର ପଞ୍ଚାୟତର ନବଘନପୁର ଗାଁ। ସେହିପରି ଓଡ଼ଗାଁ ଏନଏସି ଅନ୍ତର୍ଗତ ଟାଙ୍ଗିସାହିସ୍ଥିତ ଜାଭିଅର ସ୍କୁଲ ନିକଟ ଫାୟାର ଷ୍ଟେସନ୍ ଅଞ୍ଚଳକୁ ମଧ୍ୟ ଭୋଲ୍ଟେଜ୍ ଉନ୍ନତି କାର୍ଯ୍ୟ ପାଇଁ ସାମିଲ କରିବାକୁ ପତ୍ରରେ ଉଲ୍ଲେଖ ରହିଛି। ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଇବା ସହ ଅନେକ ଅଞ୍ଚଳରେ ଲୋ-ଭୋଲ୍ଟେଜ୍ ସମସ୍ୟା ଦେଖାଦେଉଥିବା ବେଳେ ଟ୍ରାନ୍ସଫର୍ମର କ୍ଷମତା ବୃଦ୍ଧି କାର୍ଯ୍ୟ ହେଲେ ସ୍ଥାନୀୟ ଉପଭୋକ୍ତାମାନେ ଉପକୃତ ହେବେ ବୋଲି ଆଶା ପ୍ରକାଶ ପାଇଛି। ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରିବା ପାଇଁ ବିଧାୟକ ଡ଼ ସାହୁ ଟିପିସିଓଡିଏଲ୍ର ନୟାଗଡ଼ ସେକ୍ସନ୍ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।

