Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ ଟାଉନ୍ ଷ୍ଟେସନ ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ପ୍ରମୋଦ : ବିଭିନ୍ନ ଦାବି ନେଇ ରେଳ ମହାପ୍ରବନ୍ଧକଙ୍କୁ ଭେଟିଲା ନାଗରିକ ମଞ୍ଚ

Published September 6, 2026 ଜିଲ୍ଲା ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଟାଉନ୍ ରେଳ ଷ୍ଟେସନରେ ଯାତ୍ରୀ ସୁବିଧା ଓ ରେଳ ସେବାର ବିକାଶ ପାଇଁ ପାଞ୍ଚ ଦଫା ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କୁ ସାକ୍ଷାତ କରାଯାଇଛି। ଏନେଇ ମଞ୍ଚ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥିଲା। ନାଗରିକ ମଞ୍ଚର ପ୍ରମୁଖ ଦାବି ମଧ୍ୟରେ ଦଶପଲ୍ଲା-ଭୁବନେଶ୍ୱର ସେବା ଏକ୍ସପ୍ରେସ (୧୮୪୨୪/୧୮୪୨୩)କୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଅନ୍ୟତମ। ଏହାଦ୍ୱାରା ନୟାଗଡ଼ ଜିଲ୍ଲାବାସୀ କଟକର ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଓଡ଼ିଶା ହାଇକୋର୍ଟକୁ ଯାତାୟାତରେ ବିଶେଷ ସୁବିଧା ପାଇପାରିବେ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ସେହିପରି ଯାତ୍ରୀ ସଂଖ୍ୟା ବୃଦ୍ଧି ଓ ଟ୍ରେନ୍‌ଗୁଡ଼ିକରେ ଅତ୍ୟଧିକ ଭିଡ଼କୁ ଦୃଷ୍ଟିରେ ରଖି ଚାଲୁଥିବା ଟ୍ରେନ୍‌ରେ ଅଧିକ ବଗି ସଂଯୋଗ କରିବାକୁ ଦାବି ହୋଇଛି। ସକାଳ ୭ଟା ୩୦ରୁ ଅପରାହ୍ନ ୪ଟା ୩୦ ମଧ୍ୟରେ ନୟାଗଡ଼ ଟାଉନ୍ ଷ୍ଟେସନରେ ଟ୍ରେନ୍ ସେବାରେ ଥିବା ଦୀର୍ଘ ବ୍ୟବଧାନକୁ ଦୂର କରିବା ପାଇଁ ଖୋର୍ଦ୍ଧା ରୋଡ୍‌ରେ ପ୍ରାୟ ୫ ଘଣ୍ଟା ଧରି ରହୁଥିବା କେନ୍ଦୁଝର ରୋଡ୍‌-ଖୋର୍ଦ୍ଧା ରୋଡ୍ ଲୋକାଲ ଟ୍ରେନ୍ (୬୮୪୨୫/୬୮୪୨୬)କୁ ନୟାଗଡ଼ ଟାଉନ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ମଧ୍ୟ ଦାବି କରାଯାଇଛି। ଏଥିସହ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ ଓ ୩ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାରୁ ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା, ଟ୍ରେନ୍‌ର ବଗି ଓ ଷ୍ଟେସନ ପ୍ଲାଟଫର୍ମରେ ସ୍ୱଚ୍ଛତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ନିୟମିତ ତଦାରଖ କରିବାକୁ ମଞ୍ଚ ପକ୍ଷରୁ ଦାବି ରଖାଯାଇଛି। ଆଲୋଚନା ସମୟରେ ରେଳ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ ନାଗରିକ ମଞ୍ଚର ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି। ଏହି ଆଲୋଚନାରେ ନୟାଗଡ଼ ନାଗରିକ ମଞ୍ଚର ସଭାପତି ପ୍ରମୋଦ ପଟ୍ଟନାୟକ, ଉପସଭାପତି ପ୍ରଦୀପ କୁମାର ସାହୁ, ସମ୍ପାଦକ ଲକ୍ଷ୍ମୀଧର ସାହୁ, ବରିଷ୍ଠ ସଦସ୍ୟ ଦୁର୍ଯ୍ୟୋଧନ ସାହୁ, ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରେଳ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ ଆଜି ପୂର୍ବାହ୍ନରେ ସରକାରୀ କାର୍ଯ୍ୟରେ ଭୁବନେଶ୍ୱରରୁ ଦଶପଲ୍ଲା ଅଭିମୁଖେ ଦଶପଲ୍ଲା-ଭୁବନେଶ୍ୱର ମେମୁ ପାସେଞ୍ଜର ଟ୍ରେନ୍‌ରେ ଯାତ୍ରା କରିଥିଲେ। ନୟାଗଡ଼ବାସୀଙ୍କ ଯୁକ୍ତିଯୁକ୍ତ ଦାବିଗୁଡ଼ିକୁ ରେଳ ବିଭାଗ ଶୀଘ୍ର ବିଚାର କରି ପଦକ୍ଷେପ ନେବ ବୋଲି ନାଗରିକ ମଞ୍ଚ ଆଶା ପ୍ରକାଶ କରିଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 6, 2026 September 6, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise1
Dead0
Wink0
‘ଲଭ୍ ଜିହାଦ’ ନାଟକକୁ ନେଇ ତୀବ୍ର ହେଉଛି ବିବାଦ:ଠାକୁର ନୀଳମାଧବଙ୍କୁ ଅସମ୍ମାନ ଅଭିଯୋଗ, ବିବାଦୀୟ ଦୃଶ୍ୟ ହଟାଇବାକୁ ଚେତାବନୀ
ଜିଲ୍ଲା ଖବର
ସାଇ ଶିକ୍ଷା ନିକେତନର ଦ୍ୱିତୀୟ ବାର୍ଷିକ ଉତ୍ସବ:ଅଭିଭାବକଙ୍କ ସକ୍ରିୟ ଭୂମିକା ଛାତ୍ରଛାତ୍ରୀଙ୍କ ସଫଳତାର ମୁଖ୍ୟ ଆଧାର:ଅରୁଣ
ଶିକ୍ଷା ଓ ନିଯୁକ୍ତି
ମାର୍ଚ୍ଚରେ ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ, ୫ ତାରିଖ ପରେ ପ୍ରକାଶ ପାଇବ ବିଜ୍ଞପ୍ତି:ବାଲାଟ୍ ପେପରରେ ହେବ ପଞ୍ଚାୟତ ନିର୍ବାଚନ ଓ ଇଭିଏମ୍‌ରେ ହେବ ପୌର ନିର୍ବାଚନ
ରାଜ୍ୟ ଖବର
ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ସମିତିର ପ୍ରସ୍ତୁତି ବୈଠକ:ଚୁଲି ଚାନ୍ଦା ଆଦାୟ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବର

‘ଲଭ୍ ଜିହାଦ’ ନାଟକକୁ ନେଇ ତୀବ୍ର ହେଉଛି ବିବାଦ:ଠାକୁର ନୀଳମାଧବଙ୍କୁ ଅସମ୍ମାନ ଅଭିଯୋଗ, ବିବାଦୀୟ ଦୃଶ୍ୟ ହଟାଇବାକୁ ଚେତାବନୀ

Odisha Lekha September 6, 2026
ଜିଲ୍ଲା ଖବର

ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ସମିତିର ପ୍ରସ୍ତୁତି ବୈଠକ:ଚୁଲି ଚାନ୍ଦା ଆଦାୟ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ

Odisha Lekha September 5, 2026
ଜିଲ୍ଲା ଖବର

ନୟାଗଡ଼ ଜିଲ୍ଲା କାରାଗାରରେ ଜିଲ୍ଲାପାଳ: ଦକ୍ଷତା ଭିତ୍ତିକ ତାଲିମ କାର୍ଯ୍ୟକ୍ରମର ଉଦ୍‌ଘାଟିତ

Odisha Lekha September 5, 2026
ଜିଲ୍ଲା ଖବର

ପଠାଣି ସାମନ୍ତ ସଂସ୍କୃତି ଭବନରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ:ଗୁରୁଙ୍କ ଗୁରୁତ୍ୱକୁ ଆଗକୁ ବଢ଼ାଇବାର ଆବଶ୍ୟକତା ରହିଛି:ଅରୁଣ

Odisha Lekha September 5, 2026
ଜିଲ୍ଲା ଖବରସ୍ବାସ୍ଥ୍ୟ

ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଗୃହରେ ତାଲା ! ସରକାରୀ ମେସିନ ଅଚଳ:ଘରୋଇ କ୍ଲିନିକ୍‌ରେ ପ୍ରସୂତି ମହିଳାଙ୍କ ଲମ୍ବା ଲାଇନ

Odisha Lekha September 5, 2026
ଜିଲ୍ଲା ଖବର

ନୟାଗଡ଼ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ଭବ୍ୟ ଜନ୍ମାଷ୍ଟମୀ ଉତ୍ସବ

Odisha Lekha September 4, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?