Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
    • ଜିଲ୍ଲା ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
    • ଜିଲ୍ଲା ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ସମିତିର ପ୍ରସ୍ତୁତି ବୈଠକ:ଚୁଲି ଚାନ୍ଦା ଆଦାୟ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ

Published September 5, 2026 ଜିଲ୍ଲା ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସାର୍ବଜନୀନ ସର୍ବପୁରାତନ ଦୁର୍ଗାପୂଜା ସମିତିର ଚଳିତବର୍ଷ ଦୁର୍ଗାପୂଜା ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ନୟାଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ନୂତନ ପ୍ରଭାତ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଚଳିତବର୍ଷ ମା’ ଦୁର୍ଗାଙ୍କ ପୂଜା ଉତ୍ସବକୁ ସୁଚାରୁରୂପେ ପରିଚାଳନା ସହ ଆୟ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ବୈଠକରେ ସମିତିର ମୁଖ୍ୟ ଉପଦେଷ୍ଟା ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମାଜସେବୀ ତଥା ସମିତିର ଉପଦେଷ୍ଟା ଇରାନୀ ରାୟ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌରପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା,  ଯୁବ ସମାଜସେବୀ ତଥା ସମିତିର କାର୍ଯ୍ୟକାରୀ ସମିତି ସଦସ୍ୟ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ନିଜ ନିଜର ମତାମତ ରଖିଥିଲେ। ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ ଓ ସୁସଂଗଠିତ ଭାବେ ଆୟୋଜନ କରିବା ସହ ସମିତିର ଆୟ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେବା ଉପରେ ଆଲୋଚନା ହୋଇଥିଲା।

ବିଶେଷକରି ଚୁଲି ଚାନ୍ଦା ଆଦାୟକୁ ଗୁରୁତ୍ୱ ଦେଇ ଅଧିକରୁ ଅଧିକ ଲୋକଙ୍କୁ ପୂଜା ସହିତ ଯୋଡ଼ିବାକୁ ପରାମର୍ଶ ଦିଆଯାଇଥିଲା। ସମିତିର ସମ୍ପାଦକ ସୁମନ କୁମାର ସାହୁ ପୂର୍ବ ଆୟବ୍ୟୟର ବିବରଣୀ ପାଠ କରିଥିଲେ। ବୈଠକରେ ନୟାଗଡ଼ର ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସମାଜସେବୀ ଓ ସମିତିର କର୍ମକର୍ତ୍ତାମାନେ ଯୋଗଦେଇ ପୂଜା ଆୟୋଜନ ସମ୍ପର୍କରେ ନିଜର ମତାମତ ଓ ପ୍ରସ୍ତାବ ରଖିଥିଲେ। ଶେଷରେ ରୋଟାରିଆନ ପ୍ରଦୀପ ପ୍ରକାଶ ଆଚାର୍ଯ୍ୟ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ବୈଠକର ସମାପ୍ତି ଘୋଷଣା କରିଥିଲେ।

Preloader Image
IMG-20261018-WA0166
IMG-20261020-WA0023
IMG-20260108-WA0001
Odisha Lekha September 5, 2026 September 5, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy1
Angry0
Surprise0
Dead0
Wink0

ଶୁଭେଚ୍ଛା ବାର୍ତ୍ତା

ଅଧିକ ପଢନ୍ତୁ

ଜିଲ୍ଲା ଖବରମନୋରଞ୍ଜନ

ନୟାଗଡ଼ ପ୍ୟାଲେସରେ ଦାଣ୍ଡିଆ ନୃତ୍ୟ ଉତ୍ସବ:ଗୀତର ତାଳେ ତାଳେ ଝୁମିଲେ ହଜାର ହଜାର ମହିଳା

Odisha Lekha October 17, 2026
ଜିଲ୍ଲା ଖବରରାଜନୀତି

ପିସିସି ଓବିସି ସେଲ୍‌ର ରାଜ୍ୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ କମଳ

Odisha Lekha October 17, 2026
ଜିଲ୍ଲା ଖବର

ବେହାଲ ହେଲାଣି ଶିଶୁ ଉଦ୍ୟାନ:ଶିଶୁ ମାନଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହେଉଛି ପ୍ରଶ୍ନବାଚୀ

Odisha Lekha October 17, 2026
ଜିଲ୍ଲା ଖବର

ଦଶହରା ଖର୍ଚ୍ଚ ପାଇଁ ଆଡ଼ଭାନ୍ସ ନମିଳିବାରୁ ସଫେଇ କର୍ମଚାରୀଙ୍କ ଧାରଣା

Odisha Lekha October 17, 2026
ଜିଲ୍ଲା ଖବର

ଛାତ୍ର ସଂସଦ ନିର୍ବାଚନ ହିଂସା:ଗୁରୁତର ଆହତ କଂଗ୍ରେସ କର୍ମୀ ପ୍ରହଲ୍ଲାଦଙ୍କୁ ଭେଟିଲେ ଅରୁଣ ସାହୁ

Odisha Lekha October 17, 2026
ଜିଲ୍ଲା ଖବର

ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ

Odisha Lekha October 16, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?