Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ ଜିଲ୍ଲା କାରାଗାରରେ ଜିଲ୍ଲାପାଳ: ଦକ୍ଷତା ଭିତ୍ତିକ ତାଲିମ କାର୍ଯ୍ୟକ୍ରମର ଉଦ୍‌ଘାଟିତ

Published September 5, 2026 ଜିଲ୍ଲା ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା କାରାଗାର ପରିସରରେ ଶନିବାର ସ୍ୱାବଲମ୍ବନ ଭିତ୍ତିକ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଏସ୍‌ଡିପିଓ ସୃଷ୍ଟି ପ୍ରଧାନ, ଜିଲ୍ଲା କାରାଗାର ଅଧୀକ୍ଷକ ବାବୁଲି ବାରିକ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ ଏବଂ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ମନୋଜ କୁମାର ସେଠୀଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ଉଦ୍‌ଘାଟନୀ ଅଭିଭାଷଣରେ ଜିଲ୍ଲାପାଳ କାରାଗାର ହିତାଧିକାରୀମାନେ କାରାଗାରରେ ଥିବା ସମୟରେ ଦକ୍ଷତା ହାସଲ କରିବା ସହିତ ମୁକ୍ତ ହେବା ପରେ ମଧ୍ୟ ନିଜ ଦକ୍ଷତାକୁ ଉପଯୋଗ କରି ସ୍ୱାବଲମ୍ବୀ ହେବା ଉପରେ ଗୁରୁତ୍ୱ ଦେଇଥିଲେ। ଆଗାମୀ ଦିନରେ ତାଲିମପ୍ରାପ୍ତ ହିତାଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବଜାର ସୃଷ୍ଟି ଓ ବିକ୍ରି ବ୍ୟବସ୍ଥା କରିବା ଦିଗରେ ଆବଶ୍ୟକ ସହଯୋଗ କରିବାକୁ କାରାଗାର ଅଧୀକ୍ଷକ ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ନୟାଗଡ଼ ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ହିତାଧିକାରୀମାନଙ୍କୁ ତାଲିମ ଉପକରଣ ବଣ୍ଟନ କରାଯାଇଥିଲା।

ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉପକରଣଗୁଡ଼ିକ ବଣ୍ଟନ କରିଥିଲେ। ପରେ ଅତିଥିମାନେ କାରାଗାର ପରିସରରେ ତାଲିମ ମାଧ୍ୟମରେ ପ୍ରସ୍ତୁତ ହେବାକୁ ଥିବା ବିଭିନ୍ନ ସାମଗ୍ରୀର ନମୁନା ପରିଦର୍ଶନ କରିଥିଲେ। ଶେଷରେ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ମନୋଜ କୁମାର ସେଠୀ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ବିଭାଗ ଏବଂ ଜିଲ୍ଲା କାରାଗାର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଦକ୍ଷତା ତାଲିମ ଭବିଷ୍ୟତରେ କାରାଗାର ହିତାଧିକାରୀଙ୍କୁ ସ୍ୱାବଲମ୍ବୀ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 5, 2026 September 5, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy1
Angry0
Surprise0
Dead0
Wink0
ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ସମିତିର ପ୍ରସ୍ତୁତି ବୈଠକ:ଚୁଲି ଚାନ୍ଦା ଆଦାୟ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ
ଜିଲ୍ଲା ଖବର
ଦେଓଝରରେ ଅଘଟଣ:ପଥରରେ ପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ
ଦୁର୍ଘଟଣା
ବଡ଼ମ୍ବା ରତାପାଟରେ ଗୁରୁଙ୍କୁ ପୂଜିଲେ ବିଜୟ:ଗୁରୁଦିବସରେ ବିଶାଳ ଶିକ୍ଷକ ସମାବେଶ, ୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ ସମ୍ବର୍ଦ୍ଧିତ
ଆଞ୍ଚଳିକ ଖବର
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁଦିବସ ପାଳନ: ଗୁରୁ ମା, ଗୁରୁଜୀଙ୍କୁ ପୂଜାର୍ଚ୍ଚନା କଲେ ଛାତ୍ରଛାତ୍ରୀ
ଆଞ୍ଚଳିକ ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବର

ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ସମିତିର ପ୍ରସ୍ତୁତି ବୈଠକ:ଚୁଲି ଚାନ୍ଦା ଆଦାୟ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ

Odisha Lekha September 5, 2026
ଜିଲ୍ଲା ଖବର

ପଠାଣି ସାମନ୍ତ ସଂସ୍କୃତି ଭବନରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ:ଗୁରୁଙ୍କ ଗୁରୁତ୍ୱକୁ ଆଗକୁ ବଢ଼ାଇବାର ଆବଶ୍ୟକତା ରହିଛି:ଅରୁଣ

Odisha Lekha September 5, 2026
ଜିଲ୍ଲା ଖବରସ୍ବାସ୍ଥ୍ୟ

ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଗୃହରେ ତାଲା ! ସରକାରୀ ମେସିନ ଅଚଳ:ଘରୋଇ କ୍ଲିନିକ୍‌ରେ ପ୍ରସୂତି ମହିଳାଙ୍କ ଲମ୍ବା ଲାଇନ

Odisha Lekha September 5, 2026
ଜିଲ୍ଲା ଖବର

ନୟାଗଡ଼ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ଭବ୍ୟ ଜନ୍ମାଷ୍ଟମୀ ଉତ୍ସବ

Odisha Lekha September 4, 2026
ଜିଲ୍ଲା ଖବର

ବାଲୁଗାଁ ଯୁବ ସରପଞ୍ଚ ମନୋଜଙ୍କ ପରଲୋକ: ଶୋକାକୂଳ ପରିବେଶରେ ଶେଷକୃତ୍ୟ: କ୍ୟାଣ୍ଡେଲ୍ ଜାଳି ନୀରବ ପ୍ରାର୍ଥନା କଲେ ଛାତ୍ର ଓ ଯୁବ ବିଜେଡି

Odisha Lekha September 4, 2026
ଜିଲ୍ଲା ଖବରଦୁର୍ଘଟଣା

ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ: ଡ୍ରାଇଭର ମୃତ, ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

Odisha Lekha September 4, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?