Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ଭବ୍ୟ ଜନ୍ମାଷ୍ଟମୀ ଉତ୍ସବ

Published September 4, 2026 ଜିଲ୍ଲା ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମଗ୍ର ବିଦ୍ୟାଳୟ ପରିସର ଭକ୍ତି ଓ ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସଞ୍ଜୟ କୁମାର ପ୍ରଧାନ ପଟ୍ଟନାୟକ ଅତିଥି ଓ ମୁଖ୍ୟ ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ। ଲେଙ୍କୁଡ଼ିପଡ଼ା ମଠାଧୀଶ ଶ୍ରୀଶ୍ରୀ ପୂର୍ଣ୍ଣାନନ୍ଦ ମହାରାଜ ସ୍ୱହସ୍ତେ ମା’ ସରସ୍ବତୀ ଓ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ମହାରାଜଙ୍କ ଦ୍ୱାରା ନାମ ସଂକୀର୍ତ୍ତନ ଓ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନୀ ବର୍ଣ୍ଣନା କରାଯାଇଥିଲା। ତାଙ୍କ ଭକ୍ତିମୟ ବାଣୀ ଓ କୃଷ୍ଣନାମ ସଂକୀର୍ତ୍ତନରେ ସମଗ୍ର ପରିବେଶ ଭାବମୟ ହୋଇଉଠିଥିଲା। ଭକ୍ତିମୟ ଜୟଧ୍ୱନିରେ ଗଗନପବନ ପ୍ରକମ୍ପିତ ହୋଇଥିଲା।ଜନ୍ମାଷ୍ଟମୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଶିଶୁମାନଙ୍କ ବେଶ।

ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଶିଶୁ ଭାଇଭଉଣୀ ରାଧାକୃଷ୍ଣ, ଗୋପୀ, ଗୋପାଳ, ନନ୍ଦ, କୃଷ୍ଣ-ବଳରାମ ଓ ଯଶୋଦାଙ୍କ ବେଶରେ ସଜି ଉତ୍ସବରେ ଯୋଗଦେଇଥିଲେ। ଅଭିଭାବିକା ମା’ମାନେ ଓ ଗୁରୁମା’ମାନେ ଶିଶୁମାନଙ୍କୁ ବନ୍ଦାପନା କରିଥିଲେ। ଅଭିଭାବକ, ଅଭିଭାବିକା ଓ ଶିଶୁ ଭାଇଭଉଣୀମାନେ ଭାବବିହ୍ୱଳ ହୋଇ ନୃତ୍ୟରେ ସାମିଲ ହୋଇଥିଲେ। ଏହି ଉତ୍ସବରେ ପ୍ରାୟ ୪୦୦ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପ୍ରଧାନାଚାର୍ଯ୍ୟ, ବିଦ୍ୟାଳୟ ସମ୍ପାଦକ ଭିକ୍ଷାକାରୀ ସ୍ୱାଇଁ ଓ ସଭାପତି ଅନ୍ତର୍ଯ୍ୟାମୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଗୁରୁଜୀ-ଗୁରୁମା’ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଭବ୍ୟ ଆୟୋଜନ ଫଳରେ ବିଦ୍ୟାଳୟ ପରିସରରେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 4, 2026 September 4, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy2
Angry0
Surprise0
Dead0
Wink0
‘ଲଭ୍ ଜିହାଦ’ ନାଟକକୁ ନେଇ ତୀବ୍ର ହେଉଛି ବିବାଦ:ଠାକୁର ନୀଳମାଧବଙ୍କୁ ଅସମ୍ମାନ ଅଭିଯୋଗ, ବିବାଦୀୟ ଦୃଶ୍ୟ ହଟାଇବାକୁ ଚେତାବନୀ
ଜିଲ୍ଲା ଖବର
ସାଇ ଶିକ୍ଷା ନିକେତନର ଦ୍ୱିତୀୟ ବାର୍ଷିକ ଉତ୍ସବ:ଅଭିଭାବକଙ୍କ ସକ୍ରିୟ ଭୂମିକା ଛାତ୍ରଛାତ୍ରୀଙ୍କ ସଫଳତାର ମୁଖ୍ୟ ଆଧାର:ଅରୁଣ
ଶିକ୍ଷା ଓ ନିଯୁକ୍ତି
ନୟାଗଡ଼ ଟାଉନ୍ ଷ୍ଟେସନ ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ପ୍ରମୋଦ : ବିଭିନ୍ନ ଦାବି ନେଇ ରେଳ ମହାପ୍ରବନ୍ଧକଙ୍କୁ ଭେଟିଲା ନାଗରିକ ମଞ୍ଚ
ଜିଲ୍ଲା ଖବର
ମାର୍ଚ୍ଚରେ ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ, ୫ ତାରିଖ ପରେ ପ୍ରକାଶ ପାଇବ ବିଜ୍ଞପ୍ତି:ବାଲାଟ୍ ପେପରରେ ହେବ ପଞ୍ଚାୟତ ନିର୍ବାଚନ ଓ ଇଭିଏମ୍‌ରେ ହେବ ପୌର ନିର୍ବାଚନ
ରାଜ୍ୟ ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବର

‘ଲଭ୍ ଜିହାଦ’ ନାଟକକୁ ନେଇ ତୀବ୍ର ହେଉଛି ବିବାଦ:ଠାକୁର ନୀଳମାଧବଙ୍କୁ ଅସମ୍ମାନ ଅଭିଯୋଗ, ବିବାଦୀୟ ଦୃଶ୍ୟ ହଟାଇବାକୁ ଚେତାବନୀ

Odisha Lekha September 6, 2026
ଜିଲ୍ଲା ଖବର

ନୟାଗଡ଼ ଟାଉନ୍ ଷ୍ଟେସନ ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ପ୍ରମୋଦ : ବିଭିନ୍ନ ଦାବି ନେଇ ରେଳ ମହାପ୍ରବନ୍ଧକଙ୍କୁ ଭେଟିଲା ନାଗରିକ ମଞ୍ଚ

Odisha Lekha September 6, 2026
ଜିଲ୍ଲା ଖବର

ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ସମିତିର ପ୍ରସ୍ତୁତି ବୈଠକ:ଚୁଲି ଚାନ୍ଦା ଆଦାୟ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ

Odisha Lekha September 5, 2026
ଜିଲ୍ଲା ଖବର

ନୟାଗଡ଼ ଜିଲ୍ଲା କାରାଗାରରେ ଜିଲ୍ଲାପାଳ: ଦକ୍ଷତା ଭିତ୍ତିକ ତାଲିମ କାର୍ଯ୍ୟକ୍ରମର ଉଦ୍‌ଘାଟିତ

Odisha Lekha September 5, 2026
ଜିଲ୍ଲା ଖବର

ପଠାଣି ସାମନ୍ତ ସଂସ୍କୃତି ଭବନରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ:ଗୁରୁଙ୍କ ଗୁରୁତ୍ୱକୁ ଆଗକୁ ବଢ଼ାଇବାର ଆବଶ୍ୟକତା ରହିଛି:ଅରୁଣ

Odisha Lekha September 5, 2026
ଜିଲ୍ଲା ଖବରସ୍ବାସ୍ଥ୍ୟ

ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଗୃହରେ ତାଲା ! ସରକାରୀ ମେସିନ ଅଚଳ:ଘରୋଇ କ୍ଲିନିକ୍‌ରେ ପ୍ରସୂତି ମହିଳାଙ୍କ ଲମ୍ବା ଲାଇନ

Odisha Lekha September 5, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?