Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
    • ଜିଲ୍ଲା ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
    • ଜିଲ୍ଲା ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ଭବ୍ୟ ଜନ୍ମାଷ୍ଟମୀ ଉତ୍ସବ

Published September 4, 2026 ଜିଲ୍ଲା ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମଗ୍ର ବିଦ୍ୟାଳୟ ପରିସର ଭକ୍ତି ଓ ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସଞ୍ଜୟ କୁମାର ପ୍ରଧାନ ପଟ୍ଟନାୟକ ଅତିଥି ଓ ମୁଖ୍ୟ ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ। ଲେଙ୍କୁଡ଼ିପଡ଼ା ମଠାଧୀଶ ଶ୍ରୀଶ୍ରୀ ପୂର୍ଣ୍ଣାନନ୍ଦ ମହାରାଜ ସ୍ୱହସ୍ତେ ମା’ ସରସ୍ବତୀ ଓ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ମହାରାଜଙ୍କ ଦ୍ୱାରା ନାମ ସଂକୀର୍ତ୍ତନ ଓ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନୀ ବର୍ଣ୍ଣନା କରାଯାଇଥିଲା। ତାଙ୍କ ଭକ୍ତିମୟ ବାଣୀ ଓ କୃଷ୍ଣନାମ ସଂକୀର୍ତ୍ତନରେ ସମଗ୍ର ପରିବେଶ ଭାବମୟ ହୋଇଉଠିଥିଲା। ଭକ୍ତିମୟ ଜୟଧ୍ୱନିରେ ଗଗନପବନ ପ୍ରକମ୍ପିତ ହୋଇଥିଲା।ଜନ୍ମାଷ୍ଟମୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଶିଶୁମାନଙ୍କ ବେଶ।

ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଶିଶୁ ଭାଇଭଉଣୀ ରାଧାକୃଷ୍ଣ, ଗୋପୀ, ଗୋପାଳ, ନନ୍ଦ, କୃଷ୍ଣ-ବଳରାମ ଓ ଯଶୋଦାଙ୍କ ବେଶରେ ସଜି ଉତ୍ସବରେ ଯୋଗଦେଇଥିଲେ। ଅଭିଭାବିକା ମା’ମାନେ ଓ ଗୁରୁମା’ମାନେ ଶିଶୁମାନଙ୍କୁ ବନ୍ଦାପନା କରିଥିଲେ। ଅଭିଭାବକ, ଅଭିଭାବିକା ଓ ଶିଶୁ ଭାଇଭଉଣୀମାନେ ଭାବବିହ୍ୱଳ ହୋଇ ନୃତ୍ୟରେ ସାମିଲ ହୋଇଥିଲେ। ଏହି ଉତ୍ସବରେ ପ୍ରାୟ ୪୦୦ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପ୍ରଧାନାଚାର୍ଯ୍ୟ, ବିଦ୍ୟାଳୟ ସମ୍ପାଦକ ଭିକ୍ଷାକାରୀ ସ୍ୱାଇଁ ଓ ସଭାପତି ଅନ୍ତର୍ଯ୍ୟାମୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଗୁରୁଜୀ-ଗୁରୁମା’ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଭବ୍ୟ ଆୟୋଜନ ଫଳରେ ବିଦ୍ୟାଳୟ ପରିସରରେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା।

Preloader Image
IMG-20261018-WA0166
IMG-20261020-WA0023
IMG-20260108-WA0001
Odisha Lekha September 4, 2026 September 4, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy2
Angry0
Surprise0
Dead0
Wink0

ଶୁଭେଚ୍ଛା ବାର୍ତ୍ତା

ଅଧିକ ପଢନ୍ତୁ

ଜିଲ୍ଲା ଖବର

ନୟାଗଡ଼ ବିଦ୍ୟୁତ ଡିଭିଜନରେ କର୍ମଚାରୀ ଅଭାବ: ୨୩ ଲାଇନମ୍ୟାନଙ୍କ ଛଟେଇ ଉଦ୍ୟମକୁ ବିରୋଧ:୭ ଦିନ ମଧ୍ୟରେ ସମାଧାନ ନହେଲେ ହାଇକୋର୍ଟ ଯିବେ କଂଗ୍ରେସ ସଭାପତି ରଣଜିତ ଦାଶ

Odisha Lekha October 21, 2026
ଜିଲ୍ଲା ଖବର

ନୟାଗଡ଼ରେ ପାଳିତ ହେଲା ୬୭ତମ ପୋଲିସ ଶହୀଦ ଦିବସ:ଶହୀଦ ପୋଲିସ କର୍ମଚାରୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କଲେ ଆରକ୍ଷୀ ଅଧିକ୍ଷକ

Odisha Lekha October 21, 2026
ଜିଲ୍ଲା ଖବରମନୋରଞ୍ଜନ

ନୟାଗଡ଼ ପ୍ୟାଲେସରେ ଦାଣ୍ଡିଆ ନୃତ୍ୟ ଉତ୍ସବ:ଗୀତର ତାଳେ ତାଳେ ଝୁମିଲେ ହଜାର ହଜାର ମହିଳା

Odisha Lekha October 17, 2026
ଜିଲ୍ଲା ଖବରରାଜନୀତି

ପିସିସି ଓବିସି ସେଲ୍‌ର ରାଜ୍ୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ କମଳ

Odisha Lekha October 17, 2026
ଜିଲ୍ଲା ଖବର

ବେହାଲ ହେଲାଣି ଶିଶୁ ଉଦ୍ୟାନ:ଶିଶୁ ମାନଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହେଉଛି ପ୍ରଶ୍ନବାଚୀ

Odisha Lekha October 17, 2026
ଜିଲ୍ଲା ଖବର

ଦଶହରା ଖର୍ଚ୍ଚ ପାଇଁ ଆଡ଼ଭାନ୍ସ ନମିଳିବାରୁ ସଫେଇ କର୍ମଚାରୀଙ୍କ ଧାରଣା

Odisha Lekha October 17, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?