Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
    • ଜିଲ୍ଲା ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
    • ଜିଲ୍ଲା ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ବାଲୁଗାଁ ଯୁବ ସରପଞ୍ଚ ମନୋଜଙ୍କ ପରଲୋକ: ଶୋକାକୂଳ ପରିବେଶରେ ଶେଷକୃତ୍ୟ: କ୍ୟାଣ୍ଡେଲ୍ ଜାଳି ନୀରବ ପ୍ରାର୍ଥନା କଲେ ଛାତ୍ର ଓ ଯୁବ ବିଜେଡି

Published September 4, 2026 ଜିଲ୍ଲା ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ସଦରବ୍ଲକ ବାଲୁଗାଁ ପଞ୍ଚାୟତର ଯୁବ ସରପଞ୍ଚ ମନୋଜ କୁମାର ନାୟକଙ୍କ ଅକାଳ ବିୟୋଗ ଘଟିଛି । ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ନାଥ ନାୟକଙ୍କ ବଡ଼ପୁଅ ମନୋଜ ଇଞ୍ଜିନିୟରିଂ ପାସ୍ କରି ସମାଜସେବା କରିବା ଲକ୍ଷରେ ରାଜନୀତିରେ ପାଦ ଦେଇଥିଲେ । ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ବାଲୁଗାଁ ପଞ୍ଚାୟତରେ ବିପୁଳ ଭୋଟରେ ବିଜୟ ଲାଭ କରି ସରପଞ୍ଚ ହୋଇଥିଲେ । ବିଜୁ ଜନତା ଦଳର ଜଣେ ଦୃଢ଼ ସଂଗଠକ ଭାବେ ପରିଚିତ ମନୋଜଙ୍କ ଶରୀର ଗତ ବୁଧବାର ବିଳମ୍ବିତ ରାତିରେ ଅସୁସ୍ଥ ହୋଇଥିଲା । ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିଲା । ଗତକାଲି ସଂନ୍ଧ୍ୟାରେ ତାଙ୍କ ମୃତ୍ୟୁ ଘଟିଥିଲା । ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ପ୍ରମୂଖ ଶୋକବ୍ୟକ୍ତ କରିବା ସହ ଡାକ୍ତରଖାନାରେ ଶେଷ ଦର୍ଶନ କରିଥିଲେ । ଆଜି ସକାଳୁ ତାଙ୍କ ମର ଶରୀର ବାଲୁଗାଁରେ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ଲୋକ ତାଙ୍କୁ ଶେଷ ଦର୍ଶନ କରିଥିଲେ । ପଞ୍ଚାୟତ ବିଭିନ୍ନ ଗାଁକୁ ଶବ ପରିକ୍ରମା କରାଯାଇଥିଲା । ଶେଷରେ ଗାଁ ସ୍ମଶାନରେ ତାଙ୍କର ଶେଷକୃତ୍ୟୁ ସମ୍ପର୍ଣ୍ଣ ହୋଇଥିଲା । ଏହି ଅବସରରେ ଆଜି ସଂନ୍ଧ୍ୟାରେ ନୟାଗଡ଼ ଗୋଲେଇ ଛକଠାରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଶତାଧିକ ଯୁବ ଛାତ୍ର କ୍ୟାଣ୍ଡେଲ୍ ଜାଳି ନୀରବ ପ୍ରାର୍ଥନା କରିଥିଲେ । ମନୋଜଙ୍କ ଆତ୍ମର ସତଗତି କାମନା କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ଅମରେଶ୍ୱର ଜେନା, ପୂର୍ବତନ ଛାତ୍ର ସଭାପତି ନୀଳମାଧବ ପଣ୍ଡାଙ୍କ ସମେତ ବହୁ ନିର୍ବାଚିତ ଜନପ୍ରତିନିଧି ଏବଂ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିଥିଲେ ।

Preloader Image
IMG-20261018-WA0166
IMG-20261020-WA0023
IMG-20260108-WA0001
Odisha Lekha September 4, 2026 September 4, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad1
Happy0
Angry0
Surprise0
Dead0
Wink0

ଶୁଭେଚ୍ଛା ବାର୍ତ୍ତା

ଅଧିକ ପଢନ୍ତୁ

ଜିଲ୍ଲା ଖବର

ନୟାଗଡ଼ ବିଦ୍ୟୁତ ଡିଭିଜନରେ କର୍ମଚାରୀ ଅଭାବ: ୨୩ ଲାଇନମ୍ୟାନଙ୍କ ଛଟେଇ ଉଦ୍ୟମକୁ ବିରୋଧ:୭ ଦିନ ମଧ୍ୟରେ ସମାଧାନ ନହେଲେ ହାଇକୋର୍ଟ ଯିବେ କଂଗ୍ରେସ ସଭାପତି ରଣଜିତ ଦାଶ

Odisha Lekha October 21, 2026
ଜିଲ୍ଲା ଖବର

ନୟାଗଡ଼ରେ ପାଳିତ ହେଲା ୬୭ତମ ପୋଲିସ ଶହୀଦ ଦିବସ:ଶହୀଦ ପୋଲିସ କର୍ମଚାରୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କଲେ ଆରକ୍ଷୀ ଅଧିକ୍ଷକ

Odisha Lekha October 21, 2026
ଜିଲ୍ଲା ଖବରମନୋରଞ୍ଜନ

ନୟାଗଡ଼ ପ୍ୟାଲେସରେ ଦାଣ୍ଡିଆ ନୃତ୍ୟ ଉତ୍ସବ:ଗୀତର ତାଳେ ତାଳେ ଝୁମିଲେ ହଜାର ହଜାର ମହିଳା

Odisha Lekha October 17, 2026
ଜିଲ୍ଲା ଖବରରାଜନୀତି

ପିସିସି ଓବିସି ସେଲ୍‌ର ରାଜ୍ୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ କମଳ

Odisha Lekha October 17, 2026
ଜିଲ୍ଲା ଖବର

ବେହାଲ ହେଲାଣି ଶିଶୁ ଉଦ୍ୟାନ:ଶିଶୁ ମାନଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହେଉଛି ପ୍ରଶ୍ନବାଚୀ

Odisha Lekha October 17, 2026
ଜିଲ୍ଲା ଖବର

ଦଶହରା ଖର୍ଚ୍ଚ ପାଇଁ ଆଡ଼ଭାନ୍ସ ନମିଳିବାରୁ ସଫେଇ କର୍ମଚାରୀଙ୍କ ଧାରଣା

Odisha Lekha October 17, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?