Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସରକାରୀ କାର୍ଯ୍ୟାଳୟରେ ଦୃବୁର୍ତ୍ତଙ୍କ ଭଙ୍ଗାରୁଜା: ଜାତିଗତ ଆକ୍ଷେପ ଓ ମାଡ଼:ନ୍ୟାୟ ଦାବିରେ ରାଜସ୍ବ ଅଧିକାରୀଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ

Published September 3, 2026 ଆଞ୍ଚଳିକ ଖବର
SHARE

ବଡ଼ମ୍ବା, (ଓଡ଼ିଶା ଲେଖା): ବଡ଼ମ୍ବା ତହସିଲ ଅଧୀନ ସାନବାରସିଂହ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ସଂକର୍ଷଣ ପ୍ରଧାନଙ୍କୁ ଆକ୍ରମଣ, ଜାତିଗତ ଆକ୍ଷେପ, ଅଫିସ ଭଙ୍ଗାରୁଜା ଓ ଧମକ ଦିଆଯାଇଥିବା ଅଭିଯୋଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ପ୍ରତିବାଦରେ ରାଜସ୍ୱ ଅଧିକାରୀ ଓ କର୍ମଚାରୀମାନେ ବଡ଼ମ୍ବା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ନ୍ୟାୟ ଦାବି କରିଛନ୍ତି। ସୂଚନାନୁସାରେ, କଟକ ଜିଲ୍ଲା ବଡ଼ମ୍ବା ତହସିଲ ଅନ୍ତର୍ଗତ ସାନବାରସିଂହ ଅଞ୍ଚଳର ସଚିଦାନନ୍ଦ ସାମନ୍ତରାୟ ରାଜସ୍ୱ ନିରୀକ୍ଷକଙ୍କ ଅପରାହ୍ନ ୧ଟା ସମୟରେ କାର୍ଯ୍ୟାଳୟକୁ ଆସିଥିଲେ। ଲିଗାଲ ହେୟାର ରିପୋର୍ଟରୁ ତାଙ୍କ ଭଉଣୀଙ୍କ ନାମ କାଟିବା ପାଇଁ ସେ ଚାପ ପକାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାଜସ୍ୱ ନିରୀକ୍ଷକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା।ପରେ ଅଭିଯୁକ୍ତ ଜଣକ ରାଜସ୍ୱ ନିରୀକ୍ଷକଙ୍କୁ ଜାତିଗତ ଆକ୍ଷେପ କରିବା ସହ ତାଙ୍କ ଛାତିରେ ଆଘାତ କରିଥିବା ଏବଂ ଶାର୍ଟ ଚିରି ଦେଇଥିବା ଅଭିଯୋଗ ରହିଛି। ଏଥିସହ ଅଫିସରେ ଥିବା ସରକାରୀ ଲାପଟପ୍‌କୁ ତଳେ ଫିଙ୍ଗି ଦେଇ ଭଙ୍ଗାରୁଜା କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଘଟଣା ସମୟରେ ଜୀବନରୁ ମାରିଦେବା ନେଇ ଧମକ ଦିଆଯାଇଥିବା ନେଇ ମଧ୍ୟ ବଡ଼ମ୍ବା ଥାନାରେ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି।ଘଟଣାକୁ ନେଇ ରାଜସ୍ୱ ନିରୀକ୍ଷକ ନିରପେକ୍ଷ ତଦନ୍ତ, ଏଫ୍‌ଆଇଆର୍‌ ରୁଜୁ ଏବଂ ନିଜ ସମେତ ତହସିଲର ଅନ୍ୟ କର୍ମଚାରୀଙ୍କ ସୁରକ୍ଷା ଦାବି କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଆଇନାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ କର୍ମଚାରୀମାନେ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ପୁଲିସର ତଦନ୍ତ ପରେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ।

Preloader Image
IMG-20261018-WA0166
IMG-20260108-WA0001
IMG-20261018-WA0101
Odisha Lekha September 3, 2026 September 3, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା
ଖେଳ
ଗାଁ ମଞ୍ଚରେ ସମ୍ବର୍ଦ୍ଧିତ ହେଲେ ସୁନନ୍ଦା:କଂଗ୍ରେସ ସମର୍ଥିତ ଛାତ୍ରୀ ଉପସଭାପତିଙ୍କୁ ସମ୍ମାନିତ କଲେ ବିଜେପି ବିଧାୟକ
ଆଞ୍ଚଳିକ ଖବର
ଦଶହରାରେ ସଂଗ୍ରାମଙ୍କ ନିଆରା ପଦକ୍ଷେପ :ମହିଳାଙ୍କ ଓଠରେ ହସ ଫୁଟାଇଲେ ଡିଜିଟାଲ କ୍ରିଏଟର ସଂଗ୍ରାମ ଦାସ ଓ ତାଙ୍କ ପରିବାର
ସ୍ୱତନ୍ତ୍ର ଖବର
ଆପଣଙ୍କ ସଂଘର୍ଷର କାହାଣୀ, ଏବେ ‘ଓଡ଼ିଶା ଲେଖା’ରେ! Facebook | YouTube | Instagram Creator ମାନଙ୍କ ପାଇଁ ଏକ ସୁନ୍ଦର ସୁଯୋଗ!
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ଆଞ୍ଚଳିକ ଖବର

ଗାଁ ମଞ୍ଚରେ ସମ୍ବର୍ଦ୍ଧିତ ହେଲେ ସୁନନ୍ଦା:କଂଗ୍ରେସ ସମର୍ଥିତ ଛାତ୍ରୀ ଉପସଭାପତିଙ୍କୁ ସମ୍ମାନିତ କଲେ ବିଜେପି ବିଧାୟକ

Odisha Lekha October 19, 2026
ଆଞ୍ଚଳିକ ଖବର

ବାଲୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା:ବିନା ଅନୁମତିରେ ଡାକ୍ତର ଅନୁପସ୍ଥିତ:ସିଡିଏମ୍‌ଓଙ୍କ ଛାନଭିନ୍‌ ଆରମ୍ଭ

Odisha Lekha October 17, 2026
ଆଞ୍ଚଳିକ ଖବର

କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ

Odisha Lekha October 16, 2026
ଆଞ୍ଚଳିକ ଖବର

ନୟାଗଡ଼ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର:୨୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ

Odisha Lekha October 13, 2026
ଆଞ୍ଚଳିକ ଖବର

ନୟାଗଡ଼ରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୦୭ତମ ଜୟନ୍ତୀ ପାଳିତ:ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ସାହିତ୍ୟପ୍ରେମୀ

Odisha Lekha October 12, 2026
ଆଞ୍ଚଳିକ ଖବର

ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବୋମାମାଡ଼: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା :ପୋଲିସର ତଦନ୍ତ ଆରମ୍ଭ

Odisha Lekha October 11, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?