Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଯୁବ-ଛାତ୍ର ବିଜେଡି ଓ ଅଭିଭାବକଙ୍କ ପକ୍ଷରୁ ଶିକ୍ଷା ଅଧିକାର ସମାବେଶ:ନୟାଗଡ଼ରେ ଅରୁଣଙ୍କ ରଣହୁଙ୍କାର:ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

Published August 2, 2026 ଜିଲ୍ଲା ଖବର ରାଜନୀତି ଶିକ୍ଷା ଓ ନିଯୁକ୍ତି
SHARE

ନୟାଗଡ଼, (ଓଡ଼ିଶା ଲେଖା): ପାଠ୍ୟ ପୁସ୍ତକରେ ମାତ୍ରାଧିକ ତୃଟିକୁ ନେଇ ଉଭୟ ବିରୋଧି ଯୁବ ଓ ଛାତ୍ର ବିଜୁ ଜନତା ଦଳ ଆହ୍ୱାନରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ପଠାଣି ସାମନ୍ତ ପ୍ରେକ୍ଷାଳୟ ଦୁର୍ଗାମଣ୍ଡପଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ସରକାରଙ୍କ ଦୋମୁହଁ ନୀତିକୁ କଡ଼ା ସମାଲୋଚନା କରିଥିଲେ । ଉକ୍ତ ସଭାରେ ରାଜ୍ୟ ଛାତ୍ର ବିଜେଡି ସଭାନେତ୍ରୀ ଇପସିତା ସାହୁ ଯୋଗ ଦେଇ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ସହ ଖେଳୁଥିବା କହିଛନ୍ତି । ପିଲାଙ୍କ ପାଠ୍ୟ ପୁସ୍ତକରେ ୩ ହଜାରରୁ ଉର୍ଦ୍ଧ୍ୱ ଭୁଲ ହେବା ରାଜ୍ୟ ସରକାରଙ୍କ ଅପାରଗତା ବୋଲି କହିଥିଲେ । ନବୀନ ସରକାର ରାଜ୍ୟ ବାସୀଙ୍କୁ ସୁଶାସନ ପ୍ରଦାନ କରୁଥିଲା । ବିଜେପି ସରକାର ଡବଲ ଇଞ୍ଜିନର ମିଛ ଆଶ୍ୱସନା ଦେଇ ଲୋକଙ୍କୁ ଡବଲ ଦୁଃଖ ଦେଇ ଚାଲିଛି ବୋଲି କଟାକ୍ଷ କରିଥିଲେ । ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ସରକାରଙ୍କ ପ୍ରତି ଜବାବ ରଖିବାକୁ ପ୍ରତ୍ୟେକ ଅଭିଭାବକଙ୍କୁ ଆହ୍ୱାନ ଦେଇଥିଲେ । ପାଠ୍ୟ ପୁସ୍ତକ ଭୁଲ ଗୋଟିଏ ଛୋଟିଆ ଘଟଣା ନୁହେଁ ବୋଲି କହିଥିଲେ । ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେବା ପର୍ଯ୍ୟନ୍ତ ଜୋରଦାର ଆନ୍ଦୋଳନ ଅନୁଷ୍ଠିତ ହେବ ବୋଲି କହିଥିଲେ ।

ସେହିଭଳି ଭାବେ ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ବିଜେପି ସରକାରଙ୍କୁ ସମାଲୋଚନା କରିବା ସହ ଆଜି ବି ଲୋକେ ନବୀନ ବାବୁଙ୍କ ଶାସନ ପ୍ରତି ଆକୃଷ୍ଠ ବୋଲି କହିଥିଲେ । ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, କୋମଳମତି ଛାତ୍ରଛାତ୍ରୀଙ୍କ ପ୍ରତି ସରକାର ଅନ୍ୟାୟ କରିଥିବା କହିଥିଲେ । କେନ୍ଦ୍ରରେ ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଇଛନ୍ତି, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତ ବୋଲି ଦାବି କରିଥିଲେ । ଏହି ସଭାରେ ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ପୁଣିଥରେ ନବୀନ ସରକାର ଆବଶ୍ୟକ ବୋଲି କହିଥିଲେ । ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ରାଜ୍ୟରେ ବିଜେପି ସରକାର ଏକଛତ୍ରବାଦ ନୀତି ଏବଂ ପ୍ରଶାସନକୁ ମୋହରା କରି ସାଧାରଣ ଲୋକଙ୍କୁ ଶୋଷଣ କରୁଥିବା କହିଥିଲେ ।

ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ, ମହିଳା, ବୃଦ୍ଧବୃଦ୍ଧା ଆଜି ଅବହେଳିତ ବୋଲି କହିଥିଲେ । ସରକାର ବୃଦ୍ଧବୃଦ୍ଧାଙ୍କୁ ସଠିକ ସମୟରେ ଭତ୍ତା ଦେଇପାରୁନଥିବା, ଚାଷୀଙ୍କୁ ସାର ଦେଇ ପାରୁନଥିବା ଅଭିଯୋଗ ଉଠାଇଥିଲେ । ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମହିଳା ବିଜେଡି ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ, ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ନୟାଗଡ଼ ବ୍ଲକ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ସରୋଜ କୁମାର ରଣସିଂ, କ୍ଷୀରୋଦ କୁମାର ମହାପାତ୍ର, ସୁବାଷ ଚନ୍ଦ୍ର କହଁର, ଧର୍ମେନ୍ଦ୍ର ଧଳ, ସଂଯୁକ୍ତା ପଢ଼ିଆରୀ, ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ଅମରେଶ୍ୱର ଜେନା, ପୂର୍ବତନ ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା, ଅମୁଲ୍ୟ ସାହୁ ପ୍ରମୂଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜ୍ଜନ କରିଥିଲେ ।

ପଠାଣି ସାମନ୍ତ ପ୍ରେକ୍ଷାଳୟଠାରୁ ବିଶାଳ ଶୋଭାଯାତ୍ରା ବାହରି ପୁରୁଣା ଷ୍ଟେଟ୍ ବ୍ୟାଙ୍କ ରୋଡ଼ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା । ୫ ହଜାରରୁ ଉର୍ଦ୍ଧ୍ୱ ମହିଳା, ଛାତ୍ର, ଅଭିଭାବକ ଓ ବିଜୁ ଜନତା ଦଳ କର୍ମୀ ଜୋରଦାର ବିକ୍ଷୋଭ ପଦର୍ଶନ କରିଥିଲେ । ସେଠାରେ ଯୁବ-ଛାତ୍ର ବିଜେଡି ସଦସ୍ୟମାନେ ନିମ୍ବୁଡ଼ା ନିମ୍ବୁଡ଼ା ଗୀତରେ ନାଚିବା ସହ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏହି ଅବସରରେ ଯୁବ-ଛାତ୍ର ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha August 2, 2026 August 2, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ
ଜିଲ୍ଲା ଖବର
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଉଠାଣକୁ ନେଇ ବିବାଦ:୧୩ ଲକ୍ଷ ୩୦ ହଜାର ବଦଳରେ ପାସ୍‌ବୁକ୍‌ରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଉଲ୍ଲେଖ ଅଭିଯୋଗ; ୯ ହଜାର ଟଙ୍କାକୁ ନେଇ ଉଠିଲା ପ୍ରଶ୍ନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବର

ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ

Odisha Lekha October 15, 2026
ଜିଲ୍ଲା ଖବର

ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ

Odisha Lekha October 15, 2026
ଜିଲ୍ଲା ଖବର

ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍

Odisha Lekha October 14, 2026
ଜିଲ୍ଲା ଖବର

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଉଠାଣକୁ ନେଇ ବିବାଦ:୧୩ ଲକ୍ଷ ୩୦ ହଜାର ବଦଳରେ ପାସ୍‌ବୁକ୍‌ରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଉଲ୍ଲେଖ ଅଭିଯୋଗ; ୯ ହଜାର ଟଙ୍କାକୁ ନେଇ ଉଠିଲା ପ୍ରଶ୍ନ

Odisha Lekha October 14, 2026
ଜିଲ୍ଲା ଖବର

ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଶାଖାର ପୁନର୍ଗଠନ :ସଭାପତି ଭାବେ ଚିତ୍ତରଞ୍ଜନ, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ଓ ସଂପାଦକ ବୈଦ୍ୟ ଭୂଷଣ ମନୋନୀତ

Odisha Lekha October 12, 2026
ଜିଲ୍ଲା ଖବର

ରାଜ୍ୟ ପୋଲିସ ଡ୍ୟୁଟି ମିଟ୍‌ରେ ଏସ୍‌ଆଇ ସ୍ୱାଗତଙ୍କ କୃତିତ୍ୱ

Odisha Lekha October 11, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?