ନରସିଂହପୁର, (ଓଡ଼ିଶା ଲେଖା): ଓଲଟିଲା କାଠ ବୋଝେଇ ପିକପ୍ ଭ୍ୟାନ । ଦୁର୍ଘଟଣାରେ ଦୁଇ ଜଣ ଆହାତ ହୋଇଥିବା ଜଣାପଡ଼ିଛି । ସୂଚନାନୁସାରେ, କଟକ ଜିଲ୍ଲା ନରସିଂହପୁର ନୁଖାପଡା ମୁଖ୍ୟ ରାସ୍ତାର କେନ୍ଦୁପଲ୍ଲୀ ଛକ ନିକଟରେ ଏକ କାଠ ବୋଝେଇ ପିକଅପ୍ ଓଲଟି ପଡିଥିବାବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏବଂ ଘଟଣା ସ୍ଥଳରେ ନରସିଂହପୁର ଦମକଳ ବାହିନୀ ଓ ନରସିଂହପୁର ପୋଲିସ ଏବଂ ପୂର୍ବ ବନାଞ୍ଚଳ ବିଭାଗ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।


