ନୟାଗଡ଼, (ଓଡ଼ିଶା ଲେଖା): ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରାଯାଇଛି । ଗୃହ ବିଭାଗର ଚିଠି ନଂ ୫୨୧୯୪ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ରାଜ୍ୟରେ ୬୨ଜଣ ଓପିଏସଙ୍କର ଅଦଳ ବଦଳ କରାଯାଇଛି । ତେବେ ନୟାଗଡ଼ ଜିଲ୍ଲା କଥା ଯଦି ଦେଖିବା, ତେବେ ନୟାଗଡ଼ ଜିଲ୍ଲାରୁ ୨ଜଣ ଡିଏସପିଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ଅନ୍ୟ ଜିଲ୍ଲାରୁ ୪ଜଣ ଡିଏସପିଙ୍କୁ ନୟାଗଡ଼ ପୋଲିସ ମୁଖ୍ୟାଳୟ ଓ ପୋଲିସ ପ୍ରଶିକ୍ଷଣ ବିଦ୍ୟାଳୟକୁ ନିଯୁକ୍ତ କରାଯାଇଛି । ତେବେ ନୟାଗଡ଼ ଡିଏସପି ଦେବେନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟ ହେଡ୍ କ୍ୱାଟରକୁ ବଦଳି ହୋଇଥିବା ବେଳେ ପ୍ରଶିକ୍ଷଣ ବିଦ୍ୟାଳୟର ସୁଭାଷିନୀ ମହାପାତ୍ରଙ୍କୁ ନୟାଗଡ଼ ପ୍ରଶିକ୍ଷଣ ବିଦ୍ୟାଳୟର ଡିଏସପି ଭାବେ ନିଯୁକ୍ତ କରାଯାଇଛି । ଓପିଏସ ସୁଦୀପ୍ତ କୁମାର ସାହୁଙ୍କୁ ବାଲେଶ୍ଵର ଜିଲ୍ଲାରୁ ନୟାଗଡ଼କୁ ବଦଳି କରାଯାଇଛି । ସେହିପରି ପୁରୀ ଜିଲ୍ଲାରୁ ଡିଏସପି ଭାବଗ୍ରାହୀ ରାଉତଙ୍କୁ, ସଂଘମିତ୍ରା ନାୟକଙ୍କୁ ନୟାଗଡ଼ ଜିଲ୍ଲା ପୋଲିସରେ ନିଯୁକ୍ତ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।


