Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ଡିସେମ୍ବର ୨୪ରୁ ଜମିବ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା:ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

Published December 23, 2025 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ମହୋତ୍ସବ ତଥା ପଲ୍ଲିଶ୍ରୀ, କୃଷି ଓ ପୁସ୍ତକ ମେଳା-୨୦୨୫ ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲା ମହୋତ୍ସବ ଉଦଘାଟନ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେବେ ବୋଲି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସକାଳ ୧୦ ଘଟିକାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ବିଭିନ୍ନ ଷ୍ଟଲ ଖୋଲା ରହିବ ବୋଲି ଜଣାପଡ଼ିଛି । ଚଳିତ ବର୍ଷ ୨୯୦ ଷ୍ଟଲ ନିର୍ମାଣ କରାଯାଇଛି । ସେଥିରୁ ଓରମାସ୍ ଅଧିନରେ ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀ ପାଇଁ ୧୩୫ ଷ୍ଟଲ ବ୍ୟବସ୍ଥା କରାଯାଇଛି । କୃଷି ମେଳା ପାଇଁ ୫୦ ଷ୍ଟଲ, ଖାଦ୍ୟ ପାଇଁ ୪୦ ଷ୍ଟଲ, ବିଜ୍ଞାପନ ପାଇଁ ୧୦ଟି ଷ୍ଟଲ, ବିଭିନ୍ନ ବିଭାଗ ପାଇଁ ୩୦ ଷ୍ଟଲ, ଜରୁରୀ କାଳୀନ ସହାୟତା ପାଇଁ ୫ଟି ଷ୍ଟଲ ନିର୍ମାଣ କରାଯାଇଛି । ଏବଂ ପୁସ୍ତକ ମେଳା ପାଇଁ ୨୦ ଷ୍ଟଲ ନିର୍ମାଣ କରାଯାଇଛି। ଜଗନ୍ନାଥମନ୍ଦିରଠାରୁ ପିଟିଏସ୍ ପର୍ଯ୍ୟନ୍ତ ରାସ୍ତା ଓ ଆଲୋକିକରଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି ।

ଆଇନଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହୋତ୍ସବ ପଡ଼ିଆକୁ ସମ୍ପୂର୍ଣ୍ଣ ସିସିଟିଭି ଅଧିନରେ ରଖାଯାଉଛି । ପାର୍କିଂ ପାଇଁ ପିଟିଏସ୍ ପଡ଼ିଆରେ ବ୍ୟବସ୍ଥା କରାଯାଇଛି । କେବଳ ଅତିଥିଙ୍କ ଯାନବାହାନ ମହୋତ୍ସବ ପଡ଼ିଆ ନିକଟକୁ ଛଡ଼ା ଯିବ ବୋଲି ସୂଚନା ମିଳିଛି । ଏହା ସହିତ ମହୋତ୍ସବକୁ ଆକର୍ଷଣୀୟ କରିବାକୁ ଦୋଳି, ମୀନା ବଜାର ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରିବାକୁ ସ୍ଥାନୀୟ କଳାକାରଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଦଳ ଆସୁଥିବା ସୂଚନା ମିଳିଛି । ଚଳିତ ବର୍ଷ ମହୋତ୍ସବ ପାଇଁ ୭୦ ଲକ୍ଷ ବଜେଟ୍ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ରୋଜିନା ଦାଶ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତିମୟୀ ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 23, 2025 December 23, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର
ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଅଭିଯୋଗ;ଖୁବ୍‌ଶୀଘ୍ର ୪ ଜଣ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ:ବିଧାୟକ
ଆଞ୍ଚଳିକ ଖବର ସ୍ବାସ୍ଥ୍ୟ
“ସହର ଆମର, ସମ୍ପତ୍ତି ଆମର;ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର”:ଅରୁଣ
ଜିଲ୍ଲା ଖବର
ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ

Odisha Lekha August 31, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ପ୍ରଥମ ବର୍ଷରେ ‘ଓଡ଼ିଶା ଲେଖା’

Odisha Lekha August 15, 2026
ସ୍ୱତନ୍ତ୍ର ଖବର

ମେଧାବୀ ଛାତ୍ରୀ ରଶ୍ମିତାଙ୍କୁ ପୁନଃ ରୋଟାରୀ କ୍ଲବର ସହାୟତା

Odisha Lekha August 7, 2026
ସ୍ୱତନ୍ତ୍ର ଖବର

ଅଗଷ୍ଟ ୫ରେ ଆସନ୍ତୁ:ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରନ୍ତୁ:ସାମ୍ବାଦିକ ଭବନ

Odisha Lekha August 2, 2026
ସ୍ୱତନ୍ତ୍ର ଖବର

ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାରାଥନ ଉଦଘାଟନ: ମାଡ଼ ଖାଇଲା ଓଡ଼ିଆ ଅସ୍ମିତା:ଜୋତା ପିନ୍ଧି ନଡ଼ିଆ ଭାଙ୍ଗିଲେ ସାଂସଦ

Odisha Lekha July 19, 2026
ସ୍ୱତନ୍ତ୍ର ଖବର

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ

Odisha Lekha July 15, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?