Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
    • ଜିଲ୍ଲା ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
    • ଜିଲ୍ଲା ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ମାର୍ଚ୍ଚରେ ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ, ୫ ତାରିଖ ପରେ ପ୍ରକାଶ ପାଇବ ବିଜ୍ଞପ୍ତି:ବାଲାଟ୍ ପେପରରେ ହେବ ପଞ୍ଚାୟତ ନିର୍ବାଚନ ଓ ଇଭିଏମ୍‌ରେ ହେବ ପୌର ନିର୍ବାଚନ

Published September 5, 2026 ରାଜ୍ୟ ଖବର
SHARE

ଭୁବନେଶ୍ୱର, (ଓଡ଼ିଶା ଲେଖା): ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟରେ ରାଜନୈତିକ ତାତି ବଢ଼ିବାରେ ଲାଗିଛି। ନିର୍ବାଚନ କେବେ ହେବ, ତାହାକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ମଧ୍ୟରେ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବଡ଼ ସୂଚନା ମିଳିଛି। ମାର୍ଚ୍ଚ ମାସରେ ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିବା ସହ ମାର୍ଚ୍ଚ ୫ ତାରିଖ ପରେ ନିର୍ବାଚନ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ, ମାର୍ଚ୍ଚ ୫ ତାରିଖରେ ଜନଗଣନା ପ୍ରକ୍ରିୟା ସରିବ। ଏହା ପରେ ପଞ୍ଚାୟତ ନିର୍ବାଚନ ପାଇଁ ଆବଶ୍ୟକ ପ୍ରକ୍ରିୟା ଆଗକୁ ବଢ଼ିବ। ମାର୍ଚ୍ଚ ଶେଷ ସପ୍ତାହ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନ ରାଜ୍ୟରେ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ ୯୧ ହଜାର ବୁଥ୍‌ ପ୍ରସ୍ତୁତ ରହିଥିବା କୁହାଯାଇଛି। ପଞ୍ଚାୟତ ନିର୍ବାଚନ ବାଲାଟ୍‌ ପେପରରେ ହେବ।ଅନ୍ୟପଟେ, ଭୋଟର ତାଲିକା ପ୍ରସ୍ତୁତିକୁ ନେଇ ମଧ୍ୟ ପ୍ରକ୍ରିୟା ଜାରି ରହିବ। ଅକ୍ଟୋବର ୨୪ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ସର୍ଭେ କରାଯିବ। ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗୋଟିଏ ଅଞ୍ଚଳର ଭୋଟରଙ୍କୁ ଗୋଟିଏ ୱାର୍ଡରେ ସଠିକ୍‌ ଭାବେ ସାମିଲ କରିବା। ଫେବ୍ରୁଆରି ୧୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ପ୍ରକ୍ରିୟା ଅକ୍ଟୋବର ୩୧ରେ ଶେଷ ହେବ। ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ନେଇ ମଧ୍ୟ ଆସିଛି ସୂଚନା। ପଞ୍ଚାୟତ ନିର୍ବାଚନ ଶେଷ ହେବାର ୧୫ ଦିନରୁ ଏକ ମାସ ମଧ୍ୟରେ ପୌର ନିର୍ବାଚନ କରାଯିବ। ପୌର ନିର୍ବାଚନ ଇଭିଏମ୍‌ରେ ହେବ। ଏହାସହ ୨୦୨୭ରେ ସମ୍ବଲପୁର, ରାଉରକେଲା ଓ ପୁରୀ ମହାନଗର ନିଗମର ନିର୍ବାଚନ ଏକକାଳୀନ ଭାବେ ହେବା ସହ ବାକି ଥିବା ପଞ୍ଚାୟତଗୁଡ଼ିକର ଉପନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ପଞ୍ଚାୟତ ନିର୍ବାଚନର ସମ୍ଭାବ୍ୟ ସମୟସୂଚୀ ସାମ୍ନାକୁ ଆସିବା ପରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକରେ ନିର୍ବାଚନୀ ପ୍ରସ୍ତୁତି ଆହୁରି ଜୋରଦାର ହେବା ଆଶା କରାଯାଉଛି।

Preloader Image
IMG-20261018-WA0166
IMG-20261020-WA0023
IMG-20260108-WA0001
Odisha Lekha September 5, 2026 September 5, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise1
Dead0
Wink0

ଶୁଭେଚ୍ଛା ବାର୍ତ୍ତା

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?